ଲଗାଣ ବର୍ଷାରେ ଭୁଶୁଡି ପଡିଲା କାନ୍ଥ : ନାବାଳିକା ମୃତ, ଅଳ୍ପକେ ବର୍ତ୍ତିଲେ ଦୁଇ
26/09/2019 at 10:54 AM

ସୋର ୨୬।୯: କାନ୍ଥ ପଡି ନାବାଳିକାଙ୍କର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୁଇ ଜଣ । ସୋର ଗୋପାଳପୁର ଫାଣ୍ଡି ବାଜିପୁର ଗାଁରେ ଘଟିଛି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ଗୋପାଳପୁର ଫାଣ୍ଡି ବାଜିପୁର ଗାଁର ସଞ୍ଜୟ ନାୟକଙ୍କ ମା’ ଏବଂ ତାଙ୍କର ଦୁଇ ଝିଅ ଘରେ ଶୋଇଥିବାବେଳେ ହଠାତ୍ ସେମାନଙ୍କ ଉପରେ କାନ୍ଥ ଭୁଶୁଡିପଡିଥିଲା । ଫଳରେ ସଞ୍ଜୟ ନାୟକଙ୍କ ୧୧ ବର୍ଷର ଝିଅ ଟ୍ବିଙ୍କିଲ୍ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସଞ୍ଜୟ ନାୟକଙ୍କ ମା’ ସୁବାସିନୀ ନାୟକ ଏବଂ ଝିଅ ପ୍ରିୟଙ୍କା ନାୟକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ପଡିଥିବା ଜଣାପଡିଛି ।
Related Posts
କ୍ୟାବିନ୍ରେ ଚାଲିଥିଲା ଗଞ୍ଜେଇ କାରବାର, ଅବକାରୀ ବିଭାଗର ଅତର୍କିତ ଚଢ଼ାଉ
22 January 2021