ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ : ସ୍ବାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର

Published By : Prameya-News7 Bureau | October 25, 2019 IST

ଜଳେଶ୍ବର ୨୫।୧୦:  ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଯୋଗୁଁ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବସ୍ତା ବ୍ଲକ୍ ମଧ୍ଯ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର କ୍ରମଶଃ ବଢିବାରେ ଲାଗିଛି । ଫଳରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି ।

ଜଳେଶ୍ବର ରାଇବଣିଆ ଥାନା ଅନ୍ତର୍ଗତ ବହଦୁଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ଲଗାଣ ବର୍ଷାରେ କାନ୍ଥ ପଡି ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ଝିଅ ଗୁରୁତର ହୋଇଛନ୍ତି । ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ଏଭଳି ପରିସ୍ଥିତି ଉପୁଜିଛି । ମୃତକ ହେଲେ ରବୀନ୍ଦ୍ର ବାରିକ (୩୩ ବର୍ଷ) । ରାତିରେ ଶୋଇଥିବା ବେଳେ କାନ୍ଥଟି ଭୁଶୁଡି ପଡିଥିବାର ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.