ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ଦୁଇ ଗୁରୁତର

Published By : Prameya-News7 Bureau | August 06, 2019 IST

ପାଲଲହଡା ୬|୮: ଅନୁଗୁଳ ଜିଲ୍ଲା ଖମାର ଥାନା ବାରମାଇଲ ଶିବମନ୍ଦିର ନିକଟରେ ଦୁଇଟି ଟ୍ରକ୍ ମୁହାଁ ମୁହିଁ ଧକ୍କା ହୋଇଛି । ଗୋଟିଏ ଟ୍ରକ୍ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସେହି ଗାଡିର ହେଲପର ଶିବଗାଉନ୍ତି ଆହତ ହୋଇଛନ୍ତି । ମୃତ ଡ୍ରାଇଭର ପାଲଲହଡା ଥାନା ଡିମିରିଆ ପଞ୍ଚାୟତ ରଞ୍ଜ ଗାଁର ଅନନ୍ତ ନାୟକ ।

{"id":141324}

ଅନ୍ୟ ଟ୍ରକ୍ ଡ୍ରାଇଭର ନିଜ ଗାଡିରେ ଚାପି ହୋଇ ରହିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ଖମାର ପୋଲିସ ସହାୟତାରେ କଟର ସାହାଯ୍ୟରେ ଟ୍ରକକୁ କଟାଯାଇ ତାଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତର ଟ୍ରକ୍ ଡ୍ରାଇଭର ଅଖି ନାଏକଙ୍କୁ ପଲଲହଡା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.