କେନ୍ଦୁଝରରେ ବଜ୍ରାଘାତରେ ଜଣେ ମୃତ, ଦୁଇ ଗୁରୁତର

Published By : Prameya-News7 Bureau | October 06, 2019 IST

କେନ୍ଦୁଝର ୬।୧୦: କେନ୍ଦୁଝରରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗତକାଲି ରାତିରେ ଝୁରା ବ୍ଲକ୍ ସାନଯୋଡା ଗ୍ରାମର ୩ ଜଣ ଯୁବକ ଏକ ବାଇକରେ ନିଜ ଗାଁକୁ ଫେରୁଥିଲେ । ବାଟରେ ପ୍ରବଳ ବର୍ଷ। ହେବାରୁ ସେମାନେ ଜାର୍ମଦା ନିକଟରେ ଏକ ଘର ବାରଣ୍ଡାରେ ଠିଆ ହୋଇଥିଲେ । ହଠାତ୍ ସେହିଠାରେ ବଜ୍ରାପାତ ହୋଇଥିଲା । ସମସ୍ତେ ଗୁରୁତର ହୋଇପଡିଥିଲେ ।

{"id":166802}

ସେମାନଙ୍କ ମଧ୍ୟରୁ ଜଣେ ନିଜ ଘରକୁ ଫୋନ୍ କରି ବଜ୍ରାଘାତ ସମ୍ପର୍କରେ ଜଣାଇଥିଲା । ଘର ଲୋକ ଆସି ସେଠାରୁ ୧୦୮କୁ ଫୋନ୍ କରିଥଇଲେ ସୁଦ୍ଧା ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଆସିନଥିଲା । ଫଳରେ ସେମାନେ ଏକ ଭଡା ଗାଡି କିର ତାଙ୍କୁ ପ୍ରଥମେ ଝୁମ୍ପୁରା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ଯୋଗେଶ୍ବର ନାଏକଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣ ଚିକିତ୍ସିତ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.