କାର୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍ ; ଡ୍ରାଇଭର ମୃତ, ଦୁଇ ଆହତ
30/06/2019 at 2:21 PM

ଟାଙ୍ଗୀ ୩୦|୬: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୟଥପଲ୍ଲା ଛକ ନିକଟରେ ଦୁର୍ଘଟଣା ହୋଇଛି । ଏକ କାର୍ କୁ ପଛପଟୁ ଟ୍ରକ୍ ଧକ୍କା ଦେଇଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଗାଡି ଡ୍ରାଇଭରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିନାହିଁ ।

ଗଂଜାମ ଜିଲ୍ଲା ଛତ୍ରପୁର ଜୁନିୟର ଏମଭିଆଇ ପ୍ରତାପ ବେହେରା ଏବଂ କନେଷ୍ଟବଳ ଶିବ ପ୍ରସାଦ ବାହୁବଳେନ୍ଦ୍ର ଆହତ ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ଟାଂଗୀ ମେଡିକାଲ ପରେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି । ଏମଭିଆଇ ଭୁବନେଶ୍ବରରୁ ଛତ୍ରପୁର ଫେରୁଥିବା ବେଳେ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ନେଇ ଟାଂଗୀ ପୋଲିସ ତଦନ୍ତ ଆରମ୍ଭ କରିଛି ।
Related Posts
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021
ଆସିକା ପୋଲିସକୁ ବଡ ସଫଳତା, ୨୪ ଚୋରା ମୋଟର ସାଇକେଲ୍ ଜବତ, ୯ ଗିରଫ
16 January 2021