ଭାରସାମ୍ୟ ହରାଇ କେନାଲ ତଳକୁ ଖସିଲା ବାଇକ୍ ; ଜଣେ ମୃତ, ଦୁଇ ଗୁରୁତର
3/07/2019 at 5:14 PM

ପଟ୍ଟମୁଣ୍ଡାଇ ୩|୭: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । କେନାଲ ତଳକୁ ଖସି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ବେଲତଳ ଗାଁ କେନାଲ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ମୂଳବସନ୍ତ ଗାଁର ତପନ ଜେନା । ଦୁଇ ଗୁରୁତରଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।