ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ଜଣେ ଯୁବକ ମୃତ, ଦୁଇ ଆହତ

Published By : Prameya-News7 Bureau | October 11, 2019 IST

ମୁନିଗୁଡା ୧୧|୧୦: ମୁନିଗୁଡା ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କୁର୍ମାଯୋଡି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ରଟେଡି ଗ୍ରାମର ସୁଧୀର ବିଦ୍ରିକା । ତେବେ ବାଇକରେ ଥିବା ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଉଭୟଙ୍କୁ ଡାକ୍ତରଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

{"id":168685}

ସୂଚନାଯୋଗ୍ୟ ଯେ, ୩ ଜଣ ମେରିଙ୍ଗିରୁ ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ହମ୍ପସ୍ ନିକଟରେ ଏଭଳି ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବାଇକକୁ ଜବତ କରିବା ସହ ମୃତଦେହକୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.