ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର

Published By : Prameya-News7 Bureau | December 25, 2019 IST

ଆଠମଲ୍ଲିକ ୨୫।୧୨: ଆଠମଲ୍ଲିକ ଥାନା ମାଧପୁର ପଞ୍ଚୟତର ନୂଆଗାଁ ନିକଟରେ ପିକଅପ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଆଠମଲ୍ଲିକର ମାନଯୋର ଡ୍ୟାମକୁ ଭୋଜି କରିବାକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି।

{"id":202471,"sizeSlug":"large"}

ଆଠମଲ୍ଲିକ ତାଳମଳିହା ଗ୍ରାମର ଚିତ୍ତରଞ୍ଜନ ସାହୁ, ବିକାଶ ସାହୁ, ସୁଜିତ ପ୍ରଧାନ ଏକ ବାଇକରେ ଯାଉଥିବା ସମୟରେ ସମ୍ମୁଖରୁ ଆସୁଥିବା ଏକ ପିକଅପ ଏମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତ ଯୁବକ ଚିତ୍ତରଞ୍ଜନ ସାହୁ । ଦୁର୍ଘଟଣା ଘଟାଇ ପିକଅପ ଭ୍ୟାନଟି ଚାଲିଯାଇଛି ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.