ଟ୍ରକ୍ ଚାପାରେ ବାଇକ୍ ଆରୋହୀ ମୃତ, ୨ଗୁରୁତର
12/02/2019 at 5:42 PM

କଳାହାଣ୍ଡି ୧୨|୨: ଜାତୀୟ ରାଜପଥ ୨୬ କାଉଡୋଲା ନିକଟରେ ଟ୍ରକ୍ ଚାପାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ଖଲିଗଡର ଯୁବରାଜ ମାଝୀ । ଗୁରୁତର ଦୁଇ ଜଣଙ୍କୁ କୋକସରା ହସପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରକ୍ ଛାଡି ଡ୍ରାଇଭର ଫେରାର ହୋଇଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି ।
Related Posts
କମିବ ଶୀତ, ୨୯ରେ ହାଲୁକା ବର୍ଷା ସମ୍ଭାବନା
26 January 2021