ରାଇରଙ୍ଗପୁରରେ ବସ୍ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର

Published By : Prameya-News7 Bureau | August 30, 2018 IST

ମୟୁରଭଞ୍ଜ ୩୧|୮:  ରାଇରଙ୍ଗପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ୍ ଧକ୍କାରେ ବାଇକ୍ ରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ମହିଳାଙ୍କ ନାମ ଜଣା ପଡ଼ିନାହିଁ, ତେବେ ଗୁରୁତରମାନେ ହେଲେ ବାଦାମପାହାଡ଼ ଥାନା ଦୁମୁରିଆ ଗ୍ରାମର ସୁମି ମାରାଣ୍ଡି ଓ ସିଙ୍ଗରାଇ ମାରାଣ୍ଡି । ସୂଚନା ଅନୁସାରେ ରାଇରଙ୍ଗପୁର କଲେଜ ଛକ ନିକଟରେ ଥିବା ପେଟ୍ରୋଲ ପମ୍ପରୁ ପେଟ୍ରୋଲ ପକାଇ ହଠାତ୍ ମୁଖ୍ୟରାସ୍ତାକୁ ଆସିଯାଇଥିଲେ, ସେହି ସମୟରେ କରଞ୍ଜିଆରୁ ଟାଟା ଯାଉଥିବା ବସ୍ ଏମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା କିନ୍ତୁ ପୁଲିସ ପହଞ୍ଚି ବୁଝାସୁଝା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.