ବିଦ୍ୟୁତ୍ ଆଘାତରେ ଜଣେ ମୃତ, ଦୁଇ ଆହତ

Published By : Prameya-News7 Bureau | March 11, 2019 IST

ଭଞ୍ଜନଗର୧୧|୩ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳରେ ଅଘଟଣ ଘଟିଛି । ମୁଦୁଲିପଲ୍ଲି ଗ୍ରାମ ପଂଚାୟତ ନୂତନ ଗୃହ ନିର୍ମାଣ କାର୍ଯ୍ୟ କରିବା ସମୟରେ ବିଦୁତ୍ ସଂସ୍ପର୍ଶରେ ଆସିଯାଇଥିଲା ଲୁହା ରଡ୍ ।ଫଳରେ ଘଟଣାସ୍ଥଳରେ ମିସ୍ତ୍ରୀ ନାରାୟଣ ଗୌଡଙ୍କ ମୄତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":92577}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.