ଉଚ୍ଛେଦ ବେଳେ ଛାତ ତଳେ ଚାପି ହୋଇଗଲେ ୩ ଜଣ : ଜଣେ ମୃତ, ଦୁଇ ଗୁରୁତର

Published By : Prameya-News7 Bureau | December 27, 2019 IST

ଅନୁଗୋଳ ୨୭।୧୨: ଛାତ ଭୁଷୁଡି ଜଣେ ମୃତ, ଦୁଇ ଗୁରୁତର । ଅନୁଗୋଳ ବୁଢ଼ାପଙ୍କ ଗେଟ ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଘର ଭଙ୍ଗା କାର୍ଯ୍ୟ ଚାଲିଥିଲା ବେଳେ ଭୁଶୁଡି ପଡିଥିଲା ଛାତ । ଛାତ ଭୁଷୁଡି ପଡିବା ଯୋଗୁଁ ତିନି ଜଣ ଗୁରୁତର ହୋଇଥିଲେ ।

{"id":203327,"sizeSlug":"large"}

ସମସ୍ତ ଗୁରୁତରଙ୍କୁ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଗୁରୁତର ଥିବା ସିପୁ ସାହୁଙ୍କ ମୃତ୍ୟୁ ହୋଇଛି । ମୃତ ସିପୁ ସାହୁଙ୍କ ଘର କୁରୁଡୋଲ ବୋଲି ଜଣାପଡିଛି ।

{"id":203328,"sizeSlug":"large"}

ଦୁଇ ଗୁରୁତର ହେଲେ ବଡକେରାର ଅଜିତ ସାହୁ ଓ କୁରୁଡୋଲର ଜୟନ୍ତ ସାହୁ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିଥିଲା । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.