ବଜ୍ରାଘାତରେ ଜଣେ ମୃତ, ୩ ଜଣ ଆହତ

Published By : Prameya-News7 Bureau | June 16, 2019 IST

ଟାଙ୍ଗି ୧୬|୬: ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି । ଏହି ସମୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି । ବଜ୍ରପାତରେ ମଧ୍ୟ ଲୋକଙ୍କ ଜୀବନ ହାନି ଘଟୁଛି ।

ଖୋର୍ଦ୍ଧା ଜିଲ୍ଲା ସାନ-ନଈରୀ ଗାଁର ବଜ୍ରପାତ ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ସାନ-ନଈରୀ ଗାଁର ପ୍ରତାପ ଘଡେଇ । ଅନ୍ୟ ୩ ଜଣ ଆହତଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଗତକାଲି ବିଳମ୍ବିତ ରାତିରେ ବଜ୍ରପାତ ହୋଇଥିଲା ।

ସେହିଭଳି ବରଗଡ ପଦ୍ମପୁର ଅଞ୍ଚଳରେ ମଧ୍ୟ ବଜ୍ରାଘାତରେ ସ୍ବାମୀ ଏବଂ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.