ପାରିବାରିକ କଳହରୁ ଗୋଷ୍ଠୀ ସଂଘର୍ଷ ; ଜଣେ ମୃତ, ୩ ଆହତ

Published By : Prameya-News7 Bureau | April 25, 2019 IST

ଜୟପୁର ୨୫|୪: କୋରାପୁଟ ବୈପାରିଗୁଡାରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଗୋଷ୍ଠୀ ସଂଘର୍ଷ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଉଛନ୍ତି ଚେରେକାର ଗୁପ୍ତ ପୂଜାରୀ। ୬ ଜଣଙ୍କୁ ଗିରଫ କରିଛି ବୈପାରିଗୁଡା ପୋଲିସ ।

{"id":107140}

ସୂଚନାଯାଗ୍ୟ ଯେ, ଜୟପୁର ବୈପାରୀଗୁଡାର ଚେରେକା ଓ କଙ୍ଗାଗୁଡା ଗାଁର ଦୁଇ ପରିବାର ମଧ୍ୟରେ ପାରିବାରିକ କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଉଗ୍ର ରୂପ ନେଇ ଏହା ପରେ ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଉଛନ୍ତି ଚେରେକାର ଗୁପ୍ତ ପୂଜାରୀ । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ବୈପାରିଗୁଡା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.