ଟ୍ରାକ୍ଟର ଓଲଟି ଜଣେ ମୃତ, ୩ ଗୁରୁତର
27/10/2019 at 2:16 PM

ତରଭା ୨୭।୧୦: ସୁବର୍ଣ୍ଣପୁର ଡୁଙ୍ଗୁରୀପାଲି କପାସିରା ଗାଁ ନିକଟରେ ଦୁର୍ଘଟଣା ହୋଇଛି । ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତ ଯୁବକ ଗୋବର୍ଦ୍ଧନ ଛତ୍ରିଆ । ୩ ଗୁରୁତରଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଇଟା ବୋଝେଇ ଟ୍ରାକ୍ଟରଟି ଗିଦମାଲ ଗ୍ରାମପଟରୁ କପାସିରା ଗାଁକୁ ଯାଉଥିବାବେଳେ ଆନ୍ଧ୍ରାଡେରା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି ।