ବାଲେଶ୍ବରରେ ସ୍କର୍ପିଓକୁ ଧକ୍କା ଦେଲା ଟ୍ରକ୍ ; ଜଣେ ମୃତ, ୭ଜଣ ଗୁରୁତର

Published By : Prameya-News7 Bureau | November 21, 2018 IST

ବାଲେଶ୍ବର ୨୧|୧୧: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଶ୍ରୀକୃଷ୍ଣ ଢାବା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି ।  ସ୍କର୍ପିଓକୁ ଧକ୍କାଦେଲା ଟ୍ରକ୍ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ  ୭ଜଣ  ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।  ମୃତକ ହେଲେ ନୀରବ ଭୋଇ । ସମସ୍ତ ମୃତାହତ ରାୟପୁର ଅଞ୍ଚଳର ବୋଲି ଜଣାପଡିଛି । ରାୟପୁରରୁ ପୁରୀ ଦର୍ଶନ ପାଇଁ ଆସିଥିଲେ । ପୁରୀରୁ ଆଜି କୋଲକାତା ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.