ଅନଗୁଳରେ ବାଇକ୍-ବାଇକ୍ ମଧ୍ୟରେ ଧକ୍କା ; ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | September 29, 2018 IST

ଅନଗୁଳ ୨୯|୯: ଅନଗୁଳ ଜିଲ୍ଲା କୁଲାଡ଼ ପେଟ୍ରୋଲ ପମ୍ପ୍ ନିକଟରେ ଦୁଇ ବାଇକ୍ ମଧ୍ୟରେ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଝଡ଼ିଆମ୍ବା ଗାଁର ପ୍ରମୋଦ ସାହୁ। ଗୁରୁତର ହେଲେ ସୌଭାଗ୍ୟ ଚନ୍ଦ୍ର ସାହୁ। ଏ ଦୁହେଁ ନାଲକୋ ସ୍ମଲଟର ପ୍ଲାଣ୍ଟକୁ କାମକୁ ଯାଉଥିବା ବେଳେ ଅନ୍ୟ ଏକ ବାଇକ୍ ସହ ଦୁର୍ଘଟଣା ହୋଇଥିଲା ।  ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ପ୍ରତିବାଦରେ ଏନଏଚ୫୫ରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟଲୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.