Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବିଲରୁ ଚାଷ କାମ ସାରି ଫେରିବା ବେଳେ ବଜ୍ରପାତ : ଭିଣୋଇ ମୃତ, ଶଳା ଗୁରୁତର

2/10/2019 at 3:19 PM

ସୋର ୨।୧୦: ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁ ଗ୍ରାମରେ ବିଲରୁ ଚାଷ କାମ ସାରି ଫେରିବା ବେଳେ ବଜ୍ରାଘାତରେ ଭିଣୋଇଙ୍କର ମୃତ୍ୟୁ ହୋଇଥିବା ବେଳେ ଶଳା ଗୁରୁତର ଆହତ ହୋଇଥିବାର ଜଣାପଡିଛି ।

ସୂଚନାଯୋଗ୍ୟ ଯେ,  କୁଳିଗାଁ  ଗ୍ରାମର ଦଳେଇ ସାହିର ଭିଣୋଇ ବୁଦ୍ଧିରାମ ଦଳେଇ (୫୮) ଏବଂ ସେହି ସାହିର  ତାଙ୍କ ଶଳା ଲକ୍ଷ୍ମୀଧର ଦଳେଇ (୪୦) ଘରଠାରୁ ୨ କି.ମି. ଦୂରରେ ଥିବା ଚାଷ ଜମିରେ ଚାଷ କାମ କରୁଥିଲେ । ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେବାରୁ ଉଭୟ ଭିଣୋଇ ଏବଂ ଶଳାଙ୍କୁ ବଜ୍ରାଘାତ ଲାଗିଥିଲା । ଫଳରେ ଘଟଣାସ୍ଥଳରେ ଭିଣୋଇ ବୁଦ୍ଧିରାମଙ୍କର ମୃତ୍ୟୁ ହୋଇଥିବାବେଳେ ଶଳା ଲକ୍ଷ୍ମୀଧର ଗୁରୁତର ଭାବେ ଅଚେତ୍ ଅବସ୍ଥାରେ ଧାନ କ୍ଷେତରେ ପଡି ରହିଥିଲେ । ଏହି ସମୟରେ ଚାଷ କାମ ସାରି ଫେରୁଥିବା ଲୋକେ ଉଭୟଙ୍କ  ଅବସ୍ଥା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ଖବରପାଇ ପରିବାର ଲୋକେ ଧାନ କ୍ଷେତରୁ ଉଭୟଙ୍କୁ ଉଦ୍ଧାର କରି ଖନ୍ତାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡ୍ୟୁଟିରେ ଥିବା ଡାକ୍ତର ବୁଦ୍ଧିରାମଙ୍କୁ ମୃତ ଘୋଷଣା କରିଥିବା ବେଳେ ଲକ୍ଷ୍ମୀଧରଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଥିବା ଜଣାପଡିଛି । ଖବର ପାଇ ଖନ୍ତାପଡ଼ା ଥାନା ଏଏସ୍ଆଇ ଗୌରହରି ଦାଶ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି  । ଏନେଇ ଖନ୍ତାପଡ଼ା ଥାନାରେ ୩୭/୧୯ ନଂ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଜଣାପଡିଛି ।

   Related Posts