ପାରିବାରିକ କଳହକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ : ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | September 17, 2019 IST

ମୁନିଗୁଡା ୧୭।୯: ରାୟଗଡା ଜିଲ୍ଲା ଆମ୍ବଦଳା ଥାନା ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତର କେନ୍ଦୁମରା ଗ୍ରାମ ନିକଟରେ କିଛିଦିନ ହେବ ଯାଯାବର ଲୋକମାନେ ବସବାସ କରୁଥିଲେ । ହଠାତ୍ କୌଣସି କାରଣରୁ ଗତକାଲି ରାତିରେ ସେମାନଙ୍କ ମଧ୍ୟରେ କଳହ ଲାଗିଥିଲା ।

{"id":158907}

ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ନାମ ଶ୍ୟାମଘନ ଘୋଷଲେ । ଗୁରୁତର ସାନ୍ତୁଆ ଘୋଷଲେଙ୍କୁ ଅମ୍ବାଦଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

{"id":158908}

ଏହି ଘଟଣାରେ ଜଣେ ନିଖୋଜ ଥିବା ଜଣାପଡିଛି । ମାଷ୍ଟର ଘୋଷଲେ ନିଖୋଜ ଥିବା ତାଙ୍କର ସମ୍ପର୍କୀୟ ଜଣାଇଛନ୍ତି । ଏମାନେ ମହାରାଷ୍ଟ୍ରର ବାସିନ୍ଦା ବୋଲି ଜଣାପଡିଛି ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.