ଟ୍ରକ୍ ପଛରେ ଧକ୍କା ଦେଲା କାର୍ ; ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | April 30, 2019 IST

ସୁନ୍ଦରଗଡ ୩୦|୪: ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା ନିକଟରେ ସଡକ ଦୁର୍ଘଟଣା ହୋଇଛି । ରାଜଗାଙ୍ଗପୁର ପଟୁ ସୁନ୍ଦରଗଡ ଆଡକୁ ଯାଉଥିବା ୧୦ଚକିଆ ଟ୍ରକ୍ ପଛ ପଟେ ଧକ୍କା ଦେଇଛି କାର୍ । ଫଳରେ ଘଟଣାସ୍ଥଳରେ କାର୍ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରାଜଗାଙ୍ଗପୁର କେଶରାବାହାଲ ଗ୍ରାମ ପଂଚାୟତର ପୂର୍ବତନ ସଂରପଚ ଅଗ୍ରପିତା ତିର୍କୀ । କାରରେ ଥିବା ଅନ୍ୟ ଜଣେ ଭିକି ହଂସଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି । ଜରୁରୀ କାମରେ ବିଳମ୍ବିତ ରାତିରେ ପୂର୍ବତନ ସଂରପଚଙ୍କ ସହ ଭିକି ହଂସ ସୁନ୍ଦରଗଡ ଯାଉଥିବାବେଳେ ଘଟିଛି ଏହି ଦୁର୍ଘଟଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.