ଟ୍ରକ୍-ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | June 02, 2019 IST

ତରଭା ୨|୬: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଚିନାଜୁରୀ ଛକ ନିକଟରେ ଟ୍ରକ୍-ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି   । ମୃତ ବ୍ୟକ୍ତି  ଜଣକ ହେଲେ ହେଲେ ବରଗଡ ଜିଲ୍ଲା ଗୋଡଭଗା ଲଡୁପାଲି ଗାଁର ପ୍ରଭାକର ସୁନା ।

{"id":118620}

ପ୍ରଭାକର ନିଜ ଗାଁ ଲଡୁପାଲିରୁ ବଲାଙ୍ଗିରକୁ ଧନଞ୍ଜୟ ଡୋର ନାମକ ଜଣେ ବ୍ୟକ୍ତିଙ୍କ ସହିତ ଯାଉଥିଲେ । ଦୁର୍ଘଟଣାରେ ଧନଞ୍ଜୟ ଗୁରୁତର ଅଛନ୍ତି । ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ସ୍ଥାନୀୟ ଲୋକେ ଜବତ କରିଛନ୍ତି । ଦୁର୍ଘଟଣାସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.