ସ୍କୁଟିକୁ ଧକ୍କା ଦେଲା ଟ୍ରକ୍ ; ମା’ ମୃତ, ଝିଅ ଗୁରୁତର
2/01/2019 at 3:39 PM

ସୋର ୨|୧: ସ୍କୁଟିକୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ମା’ଙ୍କର ମୃତ୍ୟୁ ହୋଇଥିବାବେଳେ ଝିଅ ଗୁରୁତର ହୋଇଛନ୍ତି। ଖନ୍ତାପଡ଼ା ଥାନା ଜାଗେଶ୍ବରପଦା ଆରୁଆବାଡ ରାସ୍ତାରେ ଆରୁଆବାଡ ଗ୍ରାମର ବାଲେଶ୍ବରକୁ ସ୍କୁଟି ଯୋଗେ ଯାଉଥିବା ମା’ ଜ୍ୟୋସ୍ନା ବେହେରା ଓ ଝିଅ ନୈନା ସୌମ୍ୟାଙ୍କୁ ଏକ ବାଲି ବୋଝେଇ ଟ୍ରକ୍ ଧକ୍କା ଦେଇଛି। ଘଟଣାସ୍ଥଳରେ ମା’ ଜ୍ୟୋସ୍ନା ବେହେରା ମୃତ୍ୟୁ ହୋଇଛି। ଝିଅ ନୈନା ସୌମ୍ୟା ଗୁରୁତରକୁ ଗୋପାଳପୁରୁରୁ ଡାକ୍ତରଖାନାରୁ ବାଲେଶ୍ବରରୁ ସ୍ଥାନାନ୍ତର କରାଯାଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ଖନ୍ତାପଡା ପୁଲିସ ତଦନ୍ତ କରିବା ସହିତ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021