ଟ୍ରକ୍ ସହ ବାଇକ୍ ଧକ୍କା, ଜଣେ ମୃତ ଜଣେ ଗୁରୁତର

Published By : Prameya-News7 Bureau | April 14, 2019 IST

ଚଣ୍ଡିଖୋଲ ୧୪|୪: ଚଣ୍ଡିଖୋଲ ଖୋସାଲପୁର ବ୍ରିଜ୍ ଉପରେ ଟ୍ରକ୍ ସହ ବାଇକ୍ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ନିର୍ବାଚନମଣ୍ଡଳୀ ଶ୍ରୀରାମପୁରୁ ଗ୍ରାମର ରଜତ ମାଲିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବଡଚଣା ମେଡିକାଲ ପଠାଇଛି । ଏମାନେ ମହାବିନାୟକ ପୀଠକୁ ଯାଉଥିଲାବେଳେ ଦୁର୍ଘଟଣା ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.