ଗାଁ ଦାଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା : ଶିଶୁଙ୍କ ଉପରେ ମାଡ଼ିଗଲା ଧାନକଳେଇ ଟ୍ରାକ୍ଟର, ଜଣେ ମୃତ ଜଣେ ଗୁରୁତର

Published By : Prameya-News7 Bureau | December 16, 2019 IST

ଭଦ୍ରକ ୧୬/୧୨: ନାୟକାଣିଡିହି ଥାନା କରଆଡିଆ ମଳିକସାହି ଗ୍ରାମର ଏକ ଅଭାବନିୟ ଘଟଣା । ଆଜି ସକାଳେ ମଳିକସାହି ଗ୍ରାମର ଗଁ। ଦାଣ୍ଡରେ ପିଲାମାନେ ଖେଳୁଥିବା ସମୟରେ ଏକ ଟ୍ରାକଟର ଧାନ କଳେଇ ବୋଝେଇ କରି ଦୃତଗତିରେ ଆସି ଅଜୟ ମଳିକଙ୍କ ୫ ବର୍ଷର ପୁଅ କାଳିଆଙ୍କ ମୁଣ୍ଡ ଉପରେ  ଓ ରଂଜନ ମଳିକଙ୍କ ୪ବର୍ଷର ପୁଅ ସୁକୁଟାଙ୍କ ଗୋଡ ଉପରେ ଟ୍ରାକଟରଟି ମାଡିଯାଇଥିଲା। ଫଳରେ କାଳିଆର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ସୁକୁଟାଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନା ନେଇଆସିଥିଲେ।

{"id":198376,"sizeSlug":"large"}

 ଡାକ୍ତର ଏଠାରେ  କାଳିଆକୁ ମୃତ ଘୋଷଣା କରିଥିବାବେଳେ ସୁକୁଟାର ଅବସ୍ଥା ଗୁରୁତର ଥିବାରୁ ତାଙ୍କର  ଅଧିକ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ସ୍ଥାନୀୟ ଗ୍ରାମବାସୀ ଉକ୍ତ ଟ୍ରାକ୍ଟରକୁ ଅଟକ ରଖିଥିବା ସୂଚନାରୁ ପ୍ରକାଶ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.