ବସ୍-ବାଇକ୍ ମୁହାଁମୁହିଁ ଧକ୍କା ; ଘଟଣାସ୍ଥଳରେ ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | September 05, 2019 IST

ବାଙ୍କୀ ୫।୯: ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ହ୍ରଦ ନିକଟରେ ଚକାଡୋଳା ନାମକ ଯାତ୍ରୀବାହୀ ବସ୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ବାଙ୍କୀ ଏବଂ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

{"id":153342}

ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ଭୁବନେଶ୍ବରରୁ ‘ଚକାଡୋଳା’ ନାମକ ଯାତ୍ରୀବାହୀ ବସ୍ ଅନୁଗୋଳ ଅଭିମୁଖେ ଯାଉଥିବାବଳେ ବାଟରେ ଅଂଶୁପା ହ୍ରଦ ନିକଟରେ ବୀପରିତ ଦିଗରୁ ତଥା ଆଠଗଡ ପଟୁ ଏକ ବାଇକରେ ଦୁଇଜଣ ଆସୁଥିବାବେଳେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଆଠଗଡ ଅଂଚଳର ବିସ୍ମୟ କୁମାର ନନ୍ଦ । ଅନ୍ୟଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଗୁରୁତରଙ୍କୁ ପ୍ରଥମେ ଡମପଡା ଅଗ୍ନିଶମ ବାହିନୀଦ୍ବାରା ବାଙ୍କୀ ମେଡିକାଲରେ ଭର୍ତି କରାଯାଇଥିଲା । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଁଚି ଶବକୁ ପୋଷ୍ଟମର୍ଟମ ପାଇଁ ବାଙ୍କୀ ମେଡିକାଲକୁ ଆଣିଥିବାବଳେ ବସଟିକୁ ଜବତ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.