ଡିଭାଇଡରରେ ପିଟିହୋଇ ରାସ୍ତାକଡ଼କୁ ଖସିପଡିଲା କାର୍ : ଜଣେ ମୃତ, ଜଣେ ଗୁରୁତର
1/01/2020 at 1:25 PM

ବାଲିପାଟଣା ୧।୧: ଜିରୋ ନାଇଟ୍ ରେ ଦୁର୍ଘଟଣା । ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର କୌଶଲ୍ୟାଗଙ୍ଗ ଛକ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ କାରଟି ରୋଡ୍ ଡିଭାଇଡରରେ ପିଟିହୋଇ ରାସ୍ତାକଡ଼ ନୟନଜୋରି ମଧ୍ୟରେ ପଶିଯାଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।

ଗୁରୁତରଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଖବର ପାଇ ପିପିଲିରୁ ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିଲା । ରାତି ପ୍ରାୟ ସାଢେ ୨ଟାରେ ଏହି ଦୁର୍ଘଟଣା ଘଟିଥିଲା ।