ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | September 20, 2019 IST

ଆଠମଲ୍ଲିକ ୨୦।୯: ଅନୁଗୋଳ ସବଲପୁର ଜାତୀୟ ରାଜପଥ ୫୫ ନମ୍ବର ହଣ୍ଡପା ଥାନା ପାଗବନ୍ଧା ନିକଟରେ ସଡକ ଦୁର୍ଘଟଣା ହୋଇଛି । ଏକ କୋଇଲା ବୋଝେଇ ଟ୍ରକ୍ ସହିତ କାର୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ କାର୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ହେଲେ ଦୀପକ ଶୁଆଇନ । କାରରେ ଥିବା ଆଉ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ହେଲେ ଦେବବ୍ରତ ସ୍ବାଇଁ। ତାଙ୍କୁ ଗୁରୁତର ଆବସ୍ଥାରେ ହଣ୍ଡପା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.