ବୌଦ୍ଧ ୧୪।୧୨ : ବ୍ରିଜ ଛକ ନିକଟରେ ବାଇକ ଉପରେ ଚଢିଗଲା ଟ୍ରକ । ଦୁର୍ଘଟଣାରେ ବାଇକ ଆରୋହୀ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ମୃତକ ଟୁଟୁସିଂହା ଗାଁର ମହେଶ ପ୍ରଧାନ ଓ ଆହତ ଥିବା ବ୍ୟକ୍ତି ବିମଳ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
{"id":197447,"sizeSlug":"large"}ସୂଚନାଯୋଗ୍ୟ ଯେ , ଆଜି ସକାଳ ସମୟରେ ବୌଦ୍ଧରୁ ସୋନପୁର ଯାଉଥିବା ଟ୍ରକ ବିଜ୍ର ଛକ ନିକଟରେ ସାମ୍ନାପଟୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ବାଇକରେ ଯାଉଥିବା ଦୁଇଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମେଡିକାଲରେ ଡାକ୍ତର ମହେଶଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଆହତ ଥିବା ବିମଳଙ୍କ ଚିକିତ୍ସା ଜାରି ରହିଛି । ତେବେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।