ଭାରସାମ୍ୟ ହରାଇ ଗଛରେ ପିଟିହେଲା ସ୍କୁଟି ; ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | January 21, 2019 IST

ଜଗତସିଂହପୁର ୨୧|୧:  ଜଗତସିଂହପୁରରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ସ୍କୁଟି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଜଗତସିଂହପୁର ରାହାଡିଙ୍ଗା ନିକଟରେ ଏହି ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ହେଲେ କ୍ରିଷ୍ଣାନନ୍ଦପୁର ଅଞ୍ଚଳର ମୀର୍ ଖାନ୍ ।

{"id":76375}

ଘନ କୁହୁଡ଼ି ଯୋଗୁଁ ଭାରସାମ୍ୟ ହରାଇ ସ୍କୁଟିଟି ଗଛରେ ପିଟିହୋଇଯାଇଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତଲୋକ ଘଟଣାସ୍ଥଳରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.