କୁକୁଡା ଲଢେଇକୁ ନେଇ ଗାଁରେ ଗଣ୍ଡଗୋଳ ; ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | January 30, 2019 IST

କରଞ୍ଜିଆ ୨୯|୧:  ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ କୁଞ୍ଜିଆଗାଁ ଡୁମୁରିସାହିରେ ଗଣ୍ଡଗୋଳ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। କୁକୁଡା ଲଢେଇକୁ ନେଇ ଗାଁରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଜଣେ ପ୍ରାଣ ହରାଇଛନ୍ତି । ମୃତକ ହେଉଛନ୍ତି ସେହି ଗାଁର ଲକନ ମୁଣ୍ଡା । ଗୁରୁତର ପୂର୍ଣ୍ଣ ଚାମ୍ପିଆଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି କରଞ୍ଜିଆ ପୋଲିସ ଛାନଭିନ୍ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.