ମୋହନାରେ ବିଦ୍ୟୁତ୍ ଆଘାତରେ ଜଣେ ହୋମ୍ଗାର୍ଡ ମୃତ ଏବଂ ଜଣେ ଆହତ
25/09/2018 at 9:46 AM

ଗଜପତି ୨୫|୯: ଗଜପତି ଜିଲ୍ଲା ମୋହନାରେ ବିଦ୍ୟୁତ୍ ଆଘାତରେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଆହତ ହୋଇଛନ୍ତି । ମେ।ହନା ମାଧବ ନିକଟସ୍ଥ କାଳିଆପଟା ଗାଁକୁ ଯାଇ ଫେରୁଥିଲେ ଉଭୟ। ରାସ୍ତାରେ ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ମ।ଧବ । ତେବେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ମାଧବଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣା ସ୍ଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।