Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟ୍ରକ୍କୁ ପିଟିଲା ବୋଲେରୋ ; ଜଣେ ମୃତ, ଜଣେ ଆହତ

12/05/2019 at 7:57 AM

ଆନନ୍ଦପୁର ୧୨|୫: ଦୁଇ ନମ୍ବର ଜାତୀୟ ରାଜପଥର ବରପଦା ଓଭରବ୍ରିଜଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ରାସ୍ତା ଉପରେ ଠିଆହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଛି ବୋଲେରୋ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବୋଲେରୋ ଡ୍ରାଇଭର ଆହତ ହୋଇଛନ୍ତି । ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ଘସିପୁରାର ସିଦ୍ଧାର୍ଥ ପାତ୍ର ।

ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁର ଡାକ୍ତରଖାନାରୁ ଜଣେ ରୋଗୀଙ୍କୁ ନେଇ କଟକ ବଡ ଡାକ୍ତରଖାନାରେ ଛାଡି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାଗ୍ରସ୍ତ ବୋଲେରୋ ଡ୍ରାଇଭରଙ୍କୁ ସହଯୋଗ କରିବାକୁ ମୃତ ସିଦ୍ଧାର୍ଥ ଯାଇଥିଲେ ।

   Related Posts