ବାଇକ୍ ଉପରେ ଚଢିଗଲା ଟ୍ରକ୍ ; ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | December 11, 2018 IST

ସୋର ୧୧|୧୨: ବାଇକ୍ ଉପରେ ଚଢିଗଲା ଟ୍ରକ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ସୋର ଥାନା ମଙ୍ଗଳପୁର ସୋର ରାସ୍ତା ଆଙ୍ଗୁଳାଛକରେ ଘଟିଛି ଏହି ଦୁର୍ଘଟଣା । ବାଗୁଡିରୁ ପଥର ବୋଝେଇ କରି ଆସୁଥିବା ଟ୍ରକ୍ ବାଇକ୍ କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଗୁଡ ପାଖରା ଗ୍ରାମର ପ୍ରଶାନ୍ତ ପରିଡାଙ୍କ ମୃତ୍ୟୁ ହୋଇଛି । ଉକ୍ତ ଗାଁର କାଳିଆ ରାଉତ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଘଣାସ୍ଥଳରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

{"id":62843}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.