ପାତ୍ରପଡା ଶନିମନ୍ଦିର ନିଟକରେ ଟ୍ରକ୍-ବାଇକ୍ ଧକ୍କା ; ଘଟଣାସ୍ଥଳରେ ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | November 17, 2018 IST

ଭୁବନେଶ୍ବର ୧୭|୧୧: ରାଜଧାନୀ ଉପକଣ୍ଠ ପାତ୍ରପଡା ଶନିମନ୍ଦିର ନିଟକରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ଟ୍ରକକୁ ପଛପଟୁ ପିଟିଲା ବାଇକ୍ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କର ପରିଚୟ ମିଳିନଥିବା ବେଳେ ସେ ଜଟଣୀ ଅଞ୍ଚଳର ହୋଇଥିବା ଅନୁମାନ କରୁଛନ୍ତି ସ୍ଥାନୀୟ ଲୋକେ । ଗୁରୁତର ଆହତଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ତୋମାଣ୍ଡ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.