କଳାହାଣ୍ଡି ପାଷ୍ଟିକୁଡି ନିକଟରେ ଅଜଣା ଗାଡି ଧକ୍କାରେ ଯୁବତୀ ମୃତ, ମହିଳା ଗୁରୁତର
19/11/2018 at 3:49 PM

କଳାହାଣ୍ଡି ୧୯|୧୧ : କଳାହାଣ୍ଡି ୨୬ ନମ୍ବର ଜାତୀୟ ରାଜପଥ ପାଷ୍ଟିକୁଡି ନିକଟରେ ଅଜଣା ଗାଡି ଧକ୍କାରେ ଯୁବତୀ ମୃତ, ମହିଳା ଗୁରୁତର । ମୃତକ ପ୍ରମୋଦିନୀ ବିଶି । ଗୁରୁତର ପଦ୍ମିନୀ ବିଶିଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘର ନିକଟ କୁଅକୁ ପାଣି ଆଣିବାକୁ ଯିବାବେଳେ ଘଟିଥିଲା ଦୁଘର୍ଟଣା । ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଛି । ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି । କ୍ଷତିପୂରଣ ସହ ଦୁଘର୍ଟଣା ଘଟାଇଥିବା ଗାଡି ଚିହ୍ନଟ ଦାବି ରେ ରାସ୍ତାରୋକ ଜାରି ରହିଛି ।