ବାଇକ୍‌କୁ ପିଟିଲା ମିନିଟ୍ରକ୍ ; ଜଣେ ମୃତ ଜଣେ ଗୁରୁତର

Published By : Prameya-News7 Bureau | May 12, 2019 IST

ବୌଦ୍ଧ ୧୨|୫: ବୌଦ୍ଧ ଜିଲ୍ଲା ମଧୁପୁର ଛକ ନିକଟରେ  ବାଇକକୁ ପିଟିଲା ମିନିଟ୍ରକ୍  । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ଅନୁଗୋଳ ଜିଲ୍ଲା କିଆକଟା ଥାନା କୁମ୍ଭୀଆ ଗ୍ରାମର ଜିତେନ ଦେହୁରୀ ଓ ଗୁରୁତର ହେଲେ ଆକାଶ ବାଘ । ଗୁରୁତରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଉଭୟ ସୋନପୁରରୁ ନିଜ ଗ୍ରାମ କୁମ୍ଭୀଆକୁ ବାଇକ୍ ଯୋଗେ ଫେରୁଥିବା ସମୟରେ ମଧୁପୁର ଛକ ନିକଟରେ ଏକ ମିନିଟ୍ରକ ବାଇକ୍‌କୁ ପଛପଟୁ ପିଟିଥିବା ପୋଲିସ ସୂଚନା ଦେଇଛି। ଘଟଣାସ୍ଥଳରେ ବୌଦ୍ଧ ଟାଉନ୍ ଥାନା ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିବା ବେଳେ ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.