ହାଇୱାକୁ ପଛପଟୁ ପିଟିଲା ବୁଲେଟ୍ ; ଜଣେ ମୃତ, ୨ ଗୁରୁତର

Published By : Prameya-News7 Bureau | February 07, 2019 IST

ସାଲେପୁର ୭|୨: କଟକ-ଚାନ୍ଦବାଲି ରାସ୍ତା ଚାନ୍ଦୋଳ ଛକ ନିକଟରେ ଦୁର୍ଘଟଣା ହୋଇଛି । ହାଇୱାକୁ ପଛପଟୁ ପିଟିଲା ବୁଲେଟ୍ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ଆତୋଡାର ରାଜୁ ନାୟକ । ୨ ଗୁରୁତରଙ୍କୁ ସ୍ଥାନୀୟ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଏକ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଦୁର୍ଘଟଣା ହୋଇଛି ।

{"id":82702,"width":579,"height":369}

ଗତକାଲି ବିଳମ୍ବିତ ରାତିରେ କଟକ ଚାନ୍ଦବାଲି ରାସ୍ତାରେ ନାନ୍ଦୋଳ ଛକ ନିକଟରେ ଏକ ହାଇଓ୍ବା ଛିଡ଼ା ହୋଇଥିବା ସମୟରେ ସାଲେପୁରରୁ ବିହାହ ଭୋଜି ଖାଇ ତିନି ଜଣ ଯୁବକ ଏକ ବୁଲେଟ୍ ଯୋଗେ ଦ୍ରୁତ ଗତିରେ ଯାଉଥିଲା ସମୟରେ ହାଇଓ୍ବା ପଛରେ ପିଟିଥିଲା । ଘଟଣାସ୍ଥଳରେ ସାଲେପୁର ଆତୋଡା ଅଞ୍ଚଳର ଯୁବକ ରାଜୁ ନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଆଉ ଦୁଇ ଜଣ ଯୁବକକୁ ଆମ୍ବୁଲାନ୍ସ ଯୋଗ ଏକ ଘରୋଇ ହସପିଟାଲକୁ ପଠାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଗାଡି ଜବତ କରି ଥାନାକୁ ଗାଡ଼ି ଆଣି ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.