କାର୍ ଧକ୍କାରେ ବାଇକ୍ ଆରୋହୀ ମୃତ, ୪ ଆହତ
24/06/2019 at 3:30 PM

ବୌଦ୍ଧ ୨୪|୬: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ କଖାରଫାଳ ଛକ ନିକଟରେ ବାଇକକୁ ପଛପଟୁ ଧକ୍କା ଦେଲା କାର।ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ ହୋଇଛି। ବାଇକ ରେ ଥିବା ଜଣେ ମହିଳାଙ୍କ ସମେତ କାରରେ ଥିବା ୪ ଜଣ ଗୁରୁତର ଆହତଙ୍କୁ ଅଡେଣିଗଡ଼ ଗୋଷ୍ଠୀ ଚିକିତ୍ସାଲୟ ରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ପୁରୁଣାକଟକ ର ସନ୍ତୋଷ କୁମାର କାଣ୍ଟି । ସେ ପୁରୁଣାକଟକରୁ ଦଶପଲ୍ଲା ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି ।ବାଇକକୁ ଧକ୍କା ଦେବାପରେ କାରଟି ମଧ୍ୟ ଭାରସାମ୍ୟ ହରାଇ ଏକ ଗଛରେ ପଟି ହୋଇ ଓଲଟି ପଡିଥିଲା । ପୁରୁଣା କଟକ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚାଲିଥିବା ସୂଚନା ମିଳିଛି।
Related Posts
କମିବ ଶୀତ, ୨୯ରେ ହାଲୁକା ବର୍ଷା ସମ୍ଭାବନା
26 January 2021
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021