Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ବାହାଘର ସାରି ଫେରୁଥିବା ବେଳେ ଓଲଟିଲା ଡିଜେ ଗାଡି ; ଚାପି ହୋଇ ଜଣେ ମୃତ, ୪ ଗୁରୁତର

1/06/2019 at 8:40 AM

ପାଟଣା ୧|୬: କେନ୍ଦୁଝର ଜିଲ୍ଲା ପାଟଣା ଥାନା ପାଟଣା ଭୀମକୁଣ୍ଡ ରାସ୍ତାର ଏରେଣ୍ଡେଇ ବାଙ୍କ ନିକଟରେ ଭାରସାମ୍ୟ ହରାଇ ଡିଜେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତା କଡରେ ଥିବା ବିଲ ଭିତରକୁ ଓଲଟି ପଡିବା ଫଳରେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଣସଗଡ଼ିଆ ଗ୍ରାମରୁ ବିବାହ ପାଇଁ ପାଟଣା ବ୍ଲକ୍ ନୂଆଗାଁ ଗ୍ରାମକୁ ଗାଡିଟି ଆସିଥିଲା । ବିବାହ ସାରି ଫେରୁଥିବା ସମୟରେ ସକାଳୁ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଗାଡିଟି ରାସ୍ତା କଡରେ ଥିବା ବିଲ ଭିତରକୁ ଓଲଟି ପଡିବା ଫଳରେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ମୃତକ ହେଉଛନ୍ତି ଚକ୍ର ଶୁଣ୍ଢି । ଗୁରୁତର ହେଉଛନ୍ତି ବୁଦ୍ଧିଆ ସାମାଡ଼, ସାମୁ ବାନ୍ଦ୍ରା, ଶିରିସ ଗାଗରାଇ, ରଘୁନାଥ ଲୋହାର ।

ସମସ୍ତେ ପଣସଗଡ଼ିଆ ଗ୍ରାମର ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ଉଦ୍ଧାର  କରି ଆହତଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆବଶ୍ୟକ ପଡିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ ବୋଲି ଡ. ଶୁଭେନ୍ଦୁ ସାଗର କୁମାର ନାଏକ ସୂଚନା ଦେଇଛନ୍ତି।

   Related Posts