ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୭ଆହତ
10/03/2019 at 10:22 AM

ତରଭା ୧୦|୩ : ତରଭାରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ଜମ ଆହତ ହୋଇଛନ୍ତି । ତରଭା ଅନ୍ତର୍ଗତ ଲୋକାପଡା ଶିବତୁଲା ରାସ୍ତାର ରଙ୍ଗପୁର ନିକଟରେ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଘାଇରେ ଓଲଟି ପଡିଲା ଗାଡି । ମୃତକ ହେଲେ ବୈଦ୍ୟନାଥ ଅଞ୍ଚଳର ରବି ଥନାପତି । ୭ ଆହତଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବରଯାତ୍ରୀ ଫକିରିଆମୁଣ୍ଡାରୁ ବୈଦ୍ୟନାଥକୁ ଫେରୁଥିବାବେଳେ ଦୁର୍ଘଟଣା ହୋଇଛି । ଗାଡିରେ ମୋଟ୍ ୮ ଜଣ ଯାତ୍ରୀ ଥିଲେ ।
Related Posts
ଲକ୍ଷ୍ମୀଙ୍କ ଅପେକ୍ଷାର ଅନ୍ତ, ନିର୍ବିଘ୍ନରେ କରିବେ କାଳିଆ ଦର୍ଶନ
20 January 2021