ଘାଟିରୁ ଖସିଲା ଗାଡି : ଜଣେ ମୃତ, ୭ଜଣ ଗୁରୁତର
4/12/2018 at 10:10 AM

ତେଲକୋଇ ୦୪|୧୨: କେନ୍ଦୁଝର ଜିଲ୍ଲା ତେଲକୋଇ କାଞ୍ଜିପାଣି ଘାଟିରେ ଓଲଟିଲା ବୋରୱେଲ ଗାଡି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବା ବେଳେ ତେଲକୋଇ ପୋଲିସ ଓ କାଞ୍ଜିପାଣି ପୋଲିସର ମିଳିତ ସହଯୋଗରେ ଘଟଣାସ୍ଥଳରୁ ମୃତକ ଓ ଗୁରୁତରଙ୍କୁ କେନ୍ଦୁଝର ମେଡିକାଲକୁ ପଠାଯାଇଥିଲା ।ତେଲକୋଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ବୋରୱେଲ ଗାଡିଟି ଘାଟି ଓହ୍ଲାଉ ଥିବାବେଳେ ଭାରସ୍ୟାମ ହରାଇ ଓଲଟି ପଡିଥିଲା । ସମସ୍ତ ଗୁରୁତର ଓ ମୃତକ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡିଛି ।