ମୟୁରଭଞ୍ଜ ମହୁଲଡିହାରେ ଅଟୋ- ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ; ଜଣେ ମୃତ, ୬ଜଣ ଆହତ

Published By : Prameya-News7 Bureau | November 09, 2018 IST

ମୟୁରଭଞ୍ଜ ୯|୧୧: ଅଟୋ- ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଜାମୁନଣ୍ଡା ଛକରେ ଦୁର୍ଘଟଣା ଘଟିଛି । ମୃତକ ହେଲେ  ଆନନ୍ଦପୁର କାଠକଟା ଗାଁର ଶ୍ୟାମସୁନ୍ଦର ହୋ । ଦୁର୍ଘଟଣାରେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ରଜନୀ ଭୋଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୫ ଜଣଙ୍କୁ  ଆନନ୍ଦପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଆନନ୍ଦପୁର ଥାନା କାଠକଟା ଗାଁରୁ କିଛି ଯୁବକ ଯୁବତୀ ଅପେରା ଦେଖିବାକୁ ଅଟୋରେ ଗୟଳମୁଣ୍ଡାକୁ ଯାଉଥିଲେ । ଘଟଣାସ୍ଥଳରୁ ଅଟୋ ଓ ଆମ୍ବୁଲାନ୍ସର ଡ୍ରାଇଭର ଫେରାର  ହୋଇଯାଇଛନ୍ତି। ଖବର ପାଇ ମହୁଲଡିହା ପୋଲିସ ପହଞ୍ଚି  ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.