ଛୁରାମାଡରେ ଜଣେ ମୃତ, ୫ ଗୁରୁତର
13/12/2018 at 2:15 PM

ଭଦ୍ରକ ୧୩|୧୨: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୋହିରାଣୀ ଗାଁରେ ଛୁରାମାଡ଼ ହୋଇଛି । ଛୁରାମାଡରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣ ଗୁରୁତର ହୋଇଛନ୍ତି । ଷ୍ଟାଡିୟମ କାମକୁ ନେଇ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ଲୋକନାଥ ସେଠୀ । ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ସରପଞ୍ଚଙ୍କ ପୁଅ ଏବଂ ସମର୍ଥକ ଲୋକନାଥ କାମ ପାଇବା ନେଇ ଅସନ୍ତୁଷ୍ଟ ଥିଲେ । ସରପଞ୍ଚଙ୍କ ପୁଅ ଓ ତାଙ୍କ ସମର୍ଥକ ଏଭଳି କରିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।