ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା : ଜଣେ ମୃତ, ୪ ଗୁରୁତର

Published By : Prameya-News7 Bureau | October 18, 2019 IST

ସୋର ୧୮।୧୦: ସୋର ୨୬ନଂ ଜାତୀୟ ରାଜପଥରେ ଦୁଇଟି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଆହତ ହୋଇଛନ୍ତି । ଗତକାଲି ରାତି ୧ଟା ବେଳେ ୧୬ ନଂ ଜାତୀୟ ରାଜପଥ ଖନ୍ତାପଡା ଥାନା ଗୌଡୁଣୀ ପୋଖରୀ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୁତ୍ୟୁ ହୋଇଛି । ଅନ୍ୟ ଜଣେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେହିପରି ସକାଳ ୭ଟାରେ ଜାତୀୟ ରାଜପଥ ଖନ୍ତାପଡା ଥାନା ବେଗୁନିଆଠାରେ ବାଇକ୍ ସହିତ ବାଇକ୍ ଧକ୍କା ହେବାରୁ ଜିରତାଳ ଗାଁର ବିଦ୍ୟାଧର ବିଶ୍ବାଳ, ଯାଜପୁରର ମଦନମୋହନ ରାଉତ, କୁଆଖିଆର ଜିତେନ୍ଦ୍ର ବେହେରା ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ବାଲେଶ୍ବର ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.