ଲାଞ୍ଜିଗଡ ୧୮|୩ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବେଦାନ୍ତ ରିଫାଇନାରୀରେ ଆନ୍ଦୋଳନକାରୀ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ରେ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋିଛି । ମୃତ ଆନ୍ଦୋଳନକାରୀ ହେଲେ ଦାନି ପାତ୍ର । ତାଙ୍କ ଘର ଛତ୍ରପୁରରେ ।
{"id":94679}ସୁରକ୍ଷାକର୍ମୀଙ୍କ ଲାଠି ମାଡରେ ଆହୁରି ୩ଜଣ ମଧ୍ୟ ଗୁରୁତର ହୋଇଛନ୍ତି । ୩୦ରୁ ଉର୍ଦ୍ଧ୍ବ ଆନ୍ଦୋଳନକାରୀ ଆହତ ହୋଇଛନ୍ତି । ଗୁରୁତର ଏବଂ ଆହତମାନଙ୍କୁ ଲାଞ୍ଜିଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି ।
{"id":94680}ସୂଚନାଯୋଗ୍ୟ ଯେ, ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ଆନ୍ଦୋଳନ ସମୟରେ କିଛି ଆନ୍ଦୋଳନକାରୀ ରିଫାଇନାରୀ ପରିସରକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ । ଫଳରେ ସେମାନଙ୍କୁ ଅଟକାଇବାକୁ ଯାଇ ଆଇଏଏସଏଫ ସୁରକ୍ଷାକର୍ମୀ ଲାଠି ଚାର୍ଜ କରିଥିଲେ । ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି ।