Thursday, December 13, 2018

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୋଟିଏ ପରିବାରକୁ ଭୂଜାଲିରେ ମରଣାନ୍ତକ ଆକ୍ରମଣ ; ଜଣେ ମୃତ, ୩ଜଣ ଗୁରୁତର

ବରଗଡ ୦୬|୧୨: ବରଗଡ ବିଜେପୁର ଥାନା ବୈରଖପାଲି ଗାଁରେ ଗୋଟିଏ ପରିବାରକୁ ଭୂଜାଲିରେ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ବରପାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ଓ ଡଗ୍ ସ୍କ୍ବାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗତକାଲି ବରଗଡ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବୈରଗପାଲି ଗାଁର କ୍ଷୀରୋଦ୍ର ମେହେରଙ୍କ ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ ୨ ଦୁର୍ବୃତ୍ତ । ଆକ୍ରମଣରେ କ୍ଷୀରୋଦ୍ରଙ୍କ ସ୍ତ୍ରୀ ଜୟଶ୍ରୀ ମେହେରଙ୍କ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ କ୍ଷୀରୋଦ୍ର, ଦୁଇ ପୁଅ ଦେବାନନ୍ଦ ଓ ବଳରାମ ମେହେରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନମ୍ବରବିହୀନ ବାଇକରେ ଆସିଥିଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ବାଇକ୍ ଛାଡି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଆକ୍ରମଣର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ପହଞ୍ଚି ବିଜେପୁର ପୋଲିସ ତଦନ୍ତ କରୁଛି । ତେବେ କ୍ଷୀରୋଦ୍ରଙ୍କ ଜଣେ ପୁଅ ନିକଟସ୍ଥ ଜାଲପାଲି ଗ୍ରାମ ରେ ପ୍ରେମ ବିବାହ କରିଥିବା ବେଳେ ପରକୀୟା ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି ।

249 Views

   You May Also Like