Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ନିଶ୍ଚିନ୍ତକୋଇଲି କଟିକଟା ଛକରେ ଗୁଳିକାଣ୍ଡ ; ଦୁଇ ଜଣ ମୃତ, ୨ ଗୁରୁତର

22/11/2018 at 9:42 AM

ସାଲେପୁର ୨୨|୧୧:  ମେଲୋଡ଼ି ଦେଖି ଫେରୁଥିବା ବେଳେ ଗୁଳିକାଣ୍ଡରେ ଗଲା ୨ ଜଣଙ୍କର ଜୀବନ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା ଛକରେ ଗୁଳିକାଣ୍ଡ ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନିଶ୍ଚିନ୍ତକୋଇଲି ପାଟସାଇଲୋ ଗାଁ ବାସିନ୍ଦା ସେକ୍ ଅବୁ ବକର ଓ ମଧୁବନ ଗାଁର ନିତ୍ୟାନନ୍ଦ ମଲ୍ଲିକ । ନିତ୍ୟାନନ୍ଦଙ୍କର କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଗୁରୁତର ଆହତ ୨ ଜଣ କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି । ମେଲୋଡ଼ି ଦେଖି ଫେରୁଥିବା ବେଳେ କୌଣସି କଥାକୁ ନେଇ ଏହି ଗଣ୍ଡଗୋଳ ଜୋର ଧରିଥିଲା । ତେବେ ଏହା ପଛରେ ପୂର୍ବ ଶତ୍ରୁତା ଥିବା ସନ୍ଦେହ କରାଯାଉଛି । ପୋଲିସ ଏହି ମାମଲାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗୁଳିକାଣ୍ଡ ପ୍ରତିବାଦରେ ଉତ୍ୟକ୍ତ ଲୋକେ କଟକ-ଚାନ୍ଦବାଲି ରାସ୍ତାର ଅସୁରେଶ୍ବର ଠାରେ ରାସ୍ତା ଅବରୋଧ କରିଛନ୍ତି । ସେକ୍ ଅବୁବକର କଟିକଟା ଛକ ଠାରେ ଏକ ମେଲୋଡ଼ି କାର୍ଯ୍ୟକ୍ରମ ଦେଖିବାକୁ ପରିବାର ସହ ଯାଇ ନିଜ ଘରକୁ ଫେରୁଥିଲେ । ପରେ ରାତି ପ୍ରାୟ ୧୨ଟା ବେଳେ ପାନ କିଣିବା ପାଇଁ କଟିକଟା ବଜାର ଯାଇଥିଲେ । ସେଇଠାରେ ଦୁଇଜଣ ଯୁବକଙ୍କ ସହ ଝଗଡା ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ କହିଛନ୍ତି ।

   Related Posts