ଅଟୋ ଓ ବସ୍ ମୁହାଁମୁହିଁ ଧକ୍କା : ଜଣେ ମହିଳା ମୃତ, ୨ ଗୁରୁତର

Published By : Prameya-News7 Bureau | October 17, 2019 IST

ବ୍ରହ୍ମପୁର ୧୭।୧୦: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରାସ୍ତା ଆମ୍ବଗଡ ନିକଟରେ ସଡକ ଦୁର୍ଘଟଣା ହୋଇଛି । ଯାତ୍ରୀବାହୀ ଅଟୋ ସହ ଘରୋଇ ବସ୍ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।

{"id":170879,"width":569,"height":638}

ଅଟୋରେ ବସିଥିବା ୮ ଯାତ୍ରୀଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଥିଲେ । ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.