ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ : ଜଣେ ମୃତ, ୧୦ ଗୁରୁତର

Published By : Prameya-News7 Bureau | August 04, 2019 IST

ଆଠଗଡ ୪|୮: କଟକ ଜିଲ୍ଲା ନରସିଂପୁର ଥାନା ଅନ୍ତର୍ଗତ ସାଗର ଓ ପାଞ୍ଚ ଗୋଛିଆ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ସାଗର ଗାଁର ଶ୍ରୀଧର ସାମଲ ।

{"id":140663}

ସୂଚନାଯୋଗ୍ୟ ଯେ, ଗତ କିଛିବର୍ଷ ହେଲା ଚାମୁଣ୍ଡା ପଲି ବନ୍ଧକୁ ନେଇ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଗତ କିଛିଦିନ ତଳେ ଉଭୟ ଗ୍ରାମବାସୀ ଏହି ଘଟଣାକୁ ନେଇ ନରସିଂପୁରରେ ଆନ୍ଦୋଳନ କରିଥିଲେ । ସମସ୍ୟାର ସମାଧାନ ନହେବା ଯୋଗୁ ଆଜି ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଗୁରୁତରଙ୍କୁ  ନରସିଂପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୃତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.