ଖୋର୍ଦ୍ଧା ୨୯।୨: ଟ୍ରେନ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ବାଇକ୍ ନେଇ ରେଳ ଧାରଣା ପାର ହେଉଥିବା ବେଳେ ଟ୍ରେନ୍ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ସେ ରେଳ ଲାଇନ ପାର ହେଉଥିବା ବେଳେ କଟକ-ପୁରୀ ପାସେଞ୍ଜର ଟ୍ରେନ୍ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଖୋର୍ଦ୍ଧା ରାସ୍ତା ଅରାଗଡ ନିକଟରେ ଏହି ଦୁର୍ଘଟଣା ଘଟିଛି। ବାଇକରେ ୩ ଜଣ ଯୁବକ ଯାଉଥିବା ଜଣାପଡିଛି । ଘଟଣାସ୍ଥଳରେ କେବଳ ଚାଳକଙ୍କ ମୃତ୍ୟୁ ହୋଇଛି । ବାଇକ୍ ଚାଳକ ଇୟର ଫୋନ୍ ବ୍ୟବହାର କରି ଗାଡି ଚଳାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ସେଥିପାଇଁ ସେ ଟ୍ରେନ୍ ଆସୁଥିବାର ଜାଣିପାରିଲେ ନାହିଁ ବୋଲି ସନ୍ଦେହ କରାଯାଉଛି।